ମେ ୨୭ରେ ବାକି ସ୍ଥାନରେ ହେବ ଭୋଟ

ଭୁବନେଶ୍ୱର,୨୧/୪: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। କିନ୍ତୁ ଆଉ କିଛି ସ୍ଥାନରେ ନିର୍ବାଚନ ହୋଇପାରି ନାହିଁ । ରାଜ୍ୟରେ ମେ’ ୨୭ରେ ବାକି ଥିବା ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବ। ଆଜିଠାରୁ ୨୮ ତାରିଖ ଯାଏ ଆଦର୍ଶ ଆଚରଣ ବିଧି ଲାଗୁ ରହିବ। ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ଥିବା ସ୍ଥାନରେ  ନିର୍ବାଚନ ହେବା ନେଇ ସୂଚନା ମିଳିଛି। ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ପାଇଁ  ଭୋଟ ହେବ।