ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଚାଲିଛି ଭୋଟ ଗଣତି

ପୁରୀ,୨୬/୨:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତି ଆରମ୍ଭ ହୋଇଛି। ଏହି କ୍ରମରେ ପୁରୀରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ଚାଲିବ ଭୋଟଗଣତି । ଆଜି ଜିଲ୍ଲା ପରିଷଦ ଜୋନ ନମ୍ବର ୧, ୩, ୬, ୯, ୧୧, ୧୫, ୧୮, ୨୨, ୨୫, ୨୮ ଏବଂ ୩୧ରେ ଆରମ୍ଭ ହୋଇଛି ଭୋଟ ଗଣତି । ୨୭ ତାରିଖରେ ଜୋନ ନମ୍ବର ୨,୪, ୭, ୧୦, ୧୨, ୧୬, ୧୯, ୨୩,୨୬,୨୯ ଓ ୩୨ ରେ ଏବଂ ୨୮ ତାରିଖରେ ଜୋନ ନମ୍ବର ୫,୮,୧୩,୧୪,୧୭,୨୦,୨୧,୨୪, ୨୭,୩୦ ଏବଂ ୩୩ର ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ ।

ଏହାପରେ ପ୍ରକାଶ ପାଇବ ସମ୍ପୃକ୍ତ ଜୋନ ଅର୍ନ୍ତଗତ ସମସ୍ତ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ଭୋଟ ଗଣାଯାଇ ଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଗଣତି ନିମନ୍ତେ ସମ୍ପୃକ୍ତ ବ୍ଲକରେ ଆନୁଷଙ୍ଗିକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ୧୧ଟି ବ୍ଲକରେ ରହିଛନ୍ତି ୧୭ ପ୍ଲାଟୁନ ଫୋର୍ସ । ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନ ଚଳିତ ମାସ ୧୬ରୁ ଆରମ୍ଭ ହୋଇ ଶେଷ ହୋଇଛି ଗତକାଲି । ଜିଲ୍ଲାର ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ଜଣ ୱାର୍ଡ ମେମ୍ବର ଓ ୯୪୫ ଜଣ ସରପଞ୍ଚ, ୮୧୮ ଜଣ ସମିତି ସଭ୍ୟ ଏବଂ ୩୩ ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ନିର୍ଦ୍ଧାରଣ ହେବ ରାଜନୈତିକଙ୍କ ଭାଗ୍ୟ ।