ବୁଥ ଭିତରେ ଆକ୍ରମଣ, ୫୦ରୁ ଅଧିକ ଆହତ

ଭୁବନେଶ୍ୱର, ୧୬/୨:ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହାରିମଧ୍ୟରେ କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ପଞ୍ଚାୟତ ୪ନଂ ବୁଥରେ ରାଜନୈତିକ ହିଂସା ଦେଖା ଦେଇଛି। ଭୋଟ ଚାଲିଥିବା ବେଳେ ୪ନଂ ବୁଥରେ ଠେଙ୍ଗା, ଢେଲା ପଥର ମାଡ଼ କଲେ ଦୁର୍ବୃତ୍ତ।ଅଲଣ୍ଡା ଏବଂ ତିଛିଣି ଗାଁ ମଧ୍ୟରେ ସଂଘର୍ଷ ଫଳରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଗୁରୁତର କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।