ଆସନ୍ତାକାଲି ହେବାକୁ ଥିବା ୧ମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୁବନେଶ୍ୱର, ୧୫/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏହି ୧ମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆଜି ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲା, ୭୧ବ୍ଲକ, ୧୬୬୯ ଗ୍ରାମପଞ୍ଚାୟତ, ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ ହେବ। ମୋଟ ୨୨ ହଜାର ୩୭୯ ବୁଥରେ ୬୭ଲକ୍ଷ ୫୧ହଜାରରୁ ଅଧିକ ଭୋଟର ସାମିଲ ହେବେ । ୩ହଜାର ୩୫୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ସହ ୩୭ ହଜାର ୨୪୫ ପୋଲିସ, ୨୨୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ।