ଶୂନ ଥିବା ସ୍ଥାନରେ ଆଉ ଥରେ ନାମାଙ୍କନ ଦାଖଲ ପାଇଁ ସୁଯୋଗ

ଭୁବନେଶ୍ୱର, ୨୫/୧: ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେସ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ନାମାଙ୍କନ ଦାଖଲ ପର୍ଯ୍ୟାୟ ଶେଷ ହୋଇଛି। କିନ୍ତୁ କେତେକ ସ୍ଥାନରେ ନାମାଙ୍କନ ଶୂନ ଥିବା ଜଣାପଡିଛି। ନାମାଙ୍କନ ଶୂନ ଥିବା ସ୍ଥାନରେ ଆଉଥରେ ନାମାଙ୍କନ ଦାଖଲ ପାଇଁ ସୁଯୋଗ ଦିଆଯାଇଛି। ୭ ସରପଞ୍ଚ, ୬ ସମିତି ସଭ୍ୟ ପଦ ଓ ୪୦୦୦ ସ୍ଥାନରେ ୱାର୍ଡ ମେମ୍ବର ପଦ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁଣି ଥରେ ସୁଯୋଗ ମିଳିଛି। ଦେବଗଡ଼ରୁ ୬ ସରପଞ୍ଚ ଓ ବାଲେଶ୍ବରରୁ ଗୋଟିଏ ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହେବ।

ଜାନୁଆରି ୨୭ରୁ ୪ ଯାଏ ୱାର୍ଡ, ସରପଞ୍ଚ ଓ ପଞ୍ଚାୟତ ସମିତି ପାଇଁ ଆଉ ଥରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ।
୪ ହଜାରରୁ ବେଶୀ ସ୍ଥାନରେ ନାମାଙ୍କନ ଶୂନ ରହିଛି, ଏହା ପରେ ନାମାଙ୍କନ ନ ହେଲେ ସେଠାରେ ନିର୍ବାଚନ ହେବ ନାହିଁ ବୋଲି ସୂଚନା ରହିିଛି।