ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର, ୧୦/୮: ରାଜ୍ୟରେ ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ହେବ।ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେ କହିିିଛନ୍ତି ଯେ ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି। ଖୁବ୍‌ଶୀଘ୍ର ନିର୍ବାଚନ କମିଶନରଙ୍କୁ ରିପୋର୍ଟ ଦିଆଯିବ। ଏହାସହ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ଥିବା ସେ କହିଛନ୍ତି।ପୂର୍ବରୁ ୨୦୧୭ ମସିହା ଫେବୃଆରୀରେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।