ଭୁବନେଶ୍ୱର,୧୪/୦୪: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ସାରା ରାଜ୍ୟରେ ବୃନ୍ଦାବତୀ ମୂଳରେ ଜଳ ଘଡ଼ି ବସାଇବା ପଣା ବାଣ୍ଟି ଉତ୍ସବ ମନାଉଛନ୍ତି ଓଡ଼ିଆ ଲୋକ । ଏହି ଦିନକୁ ରାମଭକ୍ତ ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଉକ୍ରଳୀୟ ପରମ୍ପରା ଅନୁଯାୟୀ ଆଜିଠାରୁ ନୂଆ ପାଞ୍ଜିକା ପ୍ରଚଳନ କରାଯାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟର ପ୍ରମୁଖ ଦେବାଳୟ ମାନଙ୍କରେ ସକାଳୁ ସକାଳୁ ବେଶ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #OdiaNuaBarsa pic.twitter.com/GoAIB7jxBr
— Naveen Patnaik (@Naveen_Odisha) April 14, 2024