ଏହି ତାରିଖ ସୁଦ୍ଧା କରିନିଅନ୍ତୁ ପାନକାର୍ଡ ସହ ଆଧାର ଲିଙ୍କ, ନଚେତ..

ନୂଆଦିଲ୍ଲୀ,୧୩/୦୪: PAN କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡିରେକ୍ଟ ଟ୍ୟାକ୍ସେସ୍ ତରଫରୁ ଏକ ସୂଚନା ଜାରି କରାଯାଇଛି । ଏହି ସୂଚନା ସେହି ପ୍ୟାନ୍‌ କାର୍ଡ ୟୁଜର୍ସମାନଙ୍କ ପାଇଁ,ଯେଉଁମାନେ ଆଧାରର ଏନରୋଲମେଣ୍ଟ ଆଇଡି ଦେଇ PAN କାର୍ଡ କରିଛନ୍ତି । ସୂଚନା, ମୁତାବକ ସେହି ସମସ୍ତ PAN ହୋଲ୍ଡର୍ସ ନିଜର ଆଧାର ନମ୍ବର ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟରେ ଦେବାକୁ ପଡିବ । CBDT ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡିରେକ୍ଟ ଟ୍ୟାକ୍ସେସ୍ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଇନକମ୍‌ ଟ୍ୟାକ୍ସ ଆଇନ ଅନୁସାରେ ୧୯୬୧ର ଧାରା 139AA (2A) ଅନୁଯାୟୀ ଯେଉଁ ବ୍ୟକ୍ତିମାନେ ୧ ଅକ୍ଟୋବର, ୨୦୨୪ ପୂର୍ବରୁ PAN କାର୍ଡ ପାଇଁ ଆବେଦନ କରିବା ସମୟରେ ଆଧାରର ନାମାଙ୍କନ ପରିଚୟପତ୍ର ଦାଖଲ କରିଛନ୍ତି, ସେମାନଙ୍କ ପାଇଁ ଆଧାର କାର୍ଡ ନମ୍ବର ଅପଡେଟ୍ କରିବା ବାଧ୍ୟତାମୂଳକ ।

Leave a Reply

Your email address will not be published. Required fields are marked *