ଭୁବନେଶ୍ୱରରେ ରହୁଥିବା ପାକିସ୍ତାନୀ ମହିଳାଙ୍କୁ ପୋଲିସର ନୋଟିସ୍‌

ଭୁବନେଶ୍ୱର,୨୬/୦୪: ଭୁବନେଶ୍ୱରରେ ରହୁଥିବା ପାକିସ୍ତାନୀ ମହିଳାଙ୍କୁ ନୋଟିସ୍‌ । ମହିଳାଙ୍କୁ ଭାରତ ଛାଡ଼ି ତୁରନ୍ତ ଫେରିଯିବାକୁ ଦିଆଯାଇଛି ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା । ତାଙ୍କର ଭିସା ଅବଧି ୨୦୨୪ରେ ଶେଷ ହୋଇଥିଲା । ଏହାପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ନିମନ୍ତେ ଏଗଜିଟ୍‌ ଭିସା ପାଇଁ କମିଶନରେଟ୍‌ ପୋଲିସ ନିକଟରେ ଆବେଦନ କରିଥିଲେ କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ୍‌ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ୍‌ ଜାରି କରିଛି ।

Leave a Reply

Your email address will not be published. Required fields are marked *