ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶାହବାଜ ଶରିଫ୍

ନୂଆଦିଲ୍ଲୀ, ୦୩/୦୩: ଶାହବାଜ ଶରିଫ୍ ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ରବିବାର ଦିନ ଭୋଟିଂ ପରେ ତାଙ୍କ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ଶନିବାର ଦିନ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଭରିଥିଲେ ।  ତାଙ୍କ ବିରୋଧରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ତରଫରୁ ଓମର ଅୟୁବ ଖାନ ନାମାଙ୍କନ ଭରିଥିଲେ ।ପାକିସ୍ତାନ ସଂସଦରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । ହେଲେ ସଦ୍ୟ ସୂଚନା ମୁତାବକ ଶାହବାଜ ଶରିଫ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଓମର ଅୟୁବ ଖାନଙ୍କ ଠାରୁ ୧୦୦ ଭୋଟରେ ଆଗୁଆ ଅଛନ୍ତି । ଶାହବାଜଙ୍କୁ ମୋଟ ୨୦୧ ଭୋଟି ମିଳିଥିବା ବେଳେ ଓମରଙ୍କୁ ମାତ୍ର ୯୨ ଖଣ୍ଡ ଭୋଟ ମିଳିଛି । ଏହାପରେ ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଶାହବାଜ ଏବେ ପାକିସ୍ତାନର ୨୪ତମ ପ୍ରଧାମନ୍ତ୍ରୀ ଭାବେ ଶପଥ ନେବେ ।