ଅନ୍ଧାରରେ ପାକିସ୍ତାନ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୨୩/୧: ପାକିସ୍ତାନରେ ବିଦ୍ୟୁତ୍ ସଙ୍କଟ ଦେଖାଦେଉଛି । ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାରୁ ଇସ୍ଲମାବାଦ, କରାଚୀ ସହ ୨୨ ଜିଲ୍ଲାରେ ବିଦ୍ୟୁତ୍ ଶକ୍ତି ନପହଞ୍ଚିବାରୁ ଏସବୁ ଜିଲ୍ଲା ଘୋର ଅନ୍ଧାର ଭିତରେ ରହିଛି । ତଙ୍ଗହାଲି ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକଙ୍କ ସମସ୍ୟା ଦିନକୁ ଦିନ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୋମବାର ପାକିସ୍ତାନରେ ମାସ୍ ପାୱାର କଟ୍ ହୋଇଥିବାରୁ ଇସ୍ଲାମାବାଦ୍ , କରାଚି ସହ ୨୨ଟି ଜିଲ୍ଲାରେ ଅନ୍ଧାର ହୋଇଯାଇଛି । ଏନେଇ ଦେଶର ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟୋକ୍ତି ଦେଇଛି । ତେବେ ବିଦ୍ୟୁତ ସରବରାହରେ ମେଣ୍ଟେନାନ୍ସ ହେଉଥିବାରୁ ଏଭଳି ସମସ୍ୟା ଦେଖାଯାଇଥିବା ଟ୍ୱିଟ କରି ଜଣାଇଛନ୍ତି ଶକ୍ତି ମନ୍ତ୍ରଣାଳୟର ମୁଖପାତ୍ର ।