ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘର କବାଟ ଭାଙ୍ଗି ପଶିଲା ପୋଲିିସ

ନୂଆଦିଲ୍ଲୀ,୧୮/୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘର କବାଟ ଭାଙ୍ଗି ପଶିଲା ପୋଲିିସ। ଏହାସହ ବୁଲଡୋଜର ସହାୟତାରେ ତାଙ୍କ ଘର ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ତୋଷାଖାନା ମାମଲାରେ ଇମ୍ରାନ ଖାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କ ଗାଡିକୁ ଇସଲାମାବାଦ ଟୋଲପ୍ଲାଜା ନିଟକରେ ଅଟକାଇ ଦିଆଇଯାଇଛି  ।

ଏସବୁ ଭିତରେ ପ୍ରତିକ୍ରିୟ ରଖିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି ମୋତେ କୋର୍ଟରେ ପହଞ୍ଚିବାକୁ ଦିଆଯାଉନାହିଁ । ଏବେକାର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ଜେଲରେ ପୁରାଇଦେବାକୁ ଚକ୍ରାନ୍ତ କରୁଥିବା କଥା କହିଛନ୍ତି ଇମ୍ରାନ । ମୁଁ ଆଇନ ଉପରେ ଭରସା ରଖିଛି ଓ ସେଥିପାଇଁ କୋର୍ଟରେ ହାଜର ହେବାକୁ ଯାଉଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।