ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୪ମୃତ

ନୂଆଦିଲ୍ଲୀ,୨୯/୯: ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଫଳରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭୦ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣ ବେଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଲ-ଫଲାହ ମସଜିଦ ନିକଟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି । ଏଠାରେ ଇଦ୍ ପାଳନ ଅବସରରେ ମିଲାଦ-ଓଲ-ନବୀ ଶୋଭାଯାତ୍ରା ଉପରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି । ଶୁକ୍ରବାର ଦିନ ସାପ୍ତାହିକ ଇଦ୍ ନମାଜ କ୍ରମରେ ଏହି ବିସ୍ଫୋରଣ ହୋଇଛି । ଜଣେ ଅଧିକାରୀଙ୍କ ମୁତାବକ ସ୍ଥାନୀୟ ଲୋକମାନେ ଇଦ୍ ପାଳନ ପାଇଁ ଏକତ୍ରୀତ ହୋଇଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ମସଜିଦ ଅଞ୍ଚଳରେ ଥିବା ସମସ୍ତ ହସ୍ପିଟାଲକୁ ଜରୁରୀକାଳୀନ ଘୋଷଣା କରାଯାଇଛି । ହେଲେ ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଂକା କରାଯାଉଛି । ସବୁଠାରୁ ବଡ କଥା ହେଉଛି ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟି କରିନାହାଁନ୍ତି ।