ପାକିସ୍ତାନ ସେନା ଉପରେ ପୁଣି ବଡ଼ ଧରଣର ଆକ୍ରମଣ, ୯୦ ସେନା ନିହତ ନେଇ ଦାବି

ନୂଆଦିଲ୍ଲୀ,୧୬/୦୩: ପାକିସ୍ତାନ ସେନା ଉପରେ ପୁଣି ବଡ଼ ଧରଣର ଆକ୍ରମଣ ହୋଇଛି। ସେନା କନଭେକୁ ଟାର୍ଗେଟ୍ କରିଛନ୍ତି ବଲୁଚ ବିଦ୍ରୋହୀ। ଟ୍ରେନ ହାଇଜାକ୍ ପରେ ବସ୍ ଉଡ଼ାଇ ଦେଇଛନ୍ତି ବଲୁଚ ଲିବେରେସନ୍ ଆର୍ମିର ସଦସ୍ୟ। ଆତ୍ମଘାତୀ ବିସ୍ଫୋରଣରେ ୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ୨୧ ଜଣ ଗୁରୁତର ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ବିସ୍ଫୋରଣରେ ୯୦ ଜଣ ପାକ୍‌ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ବଲୁଚ ଲିବେରେସନ୍ ଆର୍ମି । ସୂଚନା ଅନୁଯାୟୀ ଯବାନଙ୍କ ବସକୁ ଧକ୍କା ଦେଇଥିଲା ଆଇଡି ଭର୍ତ୍ତି ଗାଡ଼ି। ବିସ୍ଫୋରଣ ସହ ହୋଇଥିଲା ପ୍ରଚଣ୍ଡ ଶବ୍ଦ। ବସ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କୀ। ପୁଲୱାମା କାଣ୍ଡ ଭଳି ଆକ୍ରମଣ ପରେ ବିସ୍ଫୋରଣରେ ସମ୍ପୂର୍ଣ୍ଣ ଜଳିଯାଇଛି ବସ୍। ଏହି ଆକ୍ରମଣ ପାଇଁ ବଲୁଚ ଲିବେରେସନ୍ ଆର୍ମିର ଫିଦାୟୀ ୟୁନିଟ୍‌ ନିଜକୁ ଦାୟୀ କରିଛି।

 

Leave a Reply

Your email address will not be published. Required fields are marked *