ପାକିସ୍ତାନରେ ଦିନକୁ ଦିନ ବିଗୁଡୁଛି ସ୍ଥିତି, ଗ୍ୟାସ ଦର ୧୧୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୪/୨: ଦିନକୁ ଦିନ ପାକିସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି। ଦରଦାମ ବୃଦ୍ଧି ଭିତରେ ଦି ଓଳି ଦି ମୁଠା ଖାଇବା ବି ସ୍ୱପ୍ନ ପାଲଟିଛି । ଗୋଟେ ପଟେ ଖାଦ୍ୟ ଓ ଅତ୍ୟାବଶକୀୟ ସାମଗ୍ରୀ ସଙ୍କଟ ଅନ୍ୟପଟେ ଗ୍ୟାସର ଦର ଏବେ ୧୧୨ ପ୍ରତିଶତ ବୃଦ୍ଧି ପାଇବା ଦେଶବାସୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ମଙ୍ଗଳବାର ସଂଘୀୟ କ୍ୟାବିନେଟର ଆର୍ଥିକ ସମନ୍ୱୟ ସମିତ ଗ୍ୟାସ ଦର ବୃଦ୍ଧି ଘୋଷଣା କରିଛି । ଏଥିସହ ୬ମାସ ଭିତରେ ପାକିସ୍ତାନବାସୀଙ୍କଠୁ ୩୧୦ ଅରବ ଡଲାର ଟିକସ ଆଦାୟ କରାଯିବ । ପାକିସ୍ତାନରେ ଚାଉଳ କେଜି ୨ଶହ ଟଙ୍କାରେ ବିକ୍ରି ହେଉଛି, କ୍ଷୀର ଲିଟର ଦାମ ୧୪୦ଟଙ୍କା ରହିଛି, ଆଳୁ କେଜି ୧୦୦ଟଙ୍କା, ସେହିପରି ଗ୍ୟାସ ସିଲିଣ୍ଡର ଦାମ ୩୫ଶହ ଟଙ୍କ ରହିଛି । ସେପଟେଟ ବିଦ୍ୟୁତ ଦର ୩୦ ପ୍ରତିଶତ ବୃଦ୍ଧି କରାଯାଇଥିବା ସୂଚନା ରହିଛି।