ପହିଲିଭୋଗ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି, ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

ଭୁବନେଶ୍ୱର,୧୨/୧୨: ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି  ଅନୁଷ୍ଠିତ ହେବ। ତେଣୁ ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ହେବ ଏବଂ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ଡିସେମ୍ବର ୧୫ରୁ ଜାନୁଆରି ୧୫ ତାରିଖ ଯାଏ ଭକ୍ତଙ୍କ ଦର୍ଶନ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଖୋଲିବ । ରାତି ୧୧ଟାରେ ପହୁଡ ପଡିବ ।ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥିପାଇଁ ସଅଳ ନୀତିକାନ୍ତ ହେବା ସହ ମହାପ୍ରସାଦ ମଧ୍ୟ ବାହାରିବ । ଏନେଇ ଗତକାଲି ହୋଇଥିବା ଛତିଶାନିୟୋଗ ବୈଠକ ନିଷ୍ପତ୍ତି ହୋଇଛି ।