ଭୁବନେଶ୍ୱର,୧୧/୧୨: ଡିସେମ୍ବର ୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମାସେ ଧରି ଚାଲିବ ଏହି ସ୍ବତନ୍ତ୍ର ନୀତିକାନ୍ତି। ଆଜି ଛତିଶାନିଯୋଗ ବୈଠକରେ ଏହାର ନୀତି ଚୂଡ଼ାନ୍ତ ହୋଇଛି। ନୀତି ସବ୍କମିଟି ବୈଠକରେ ଚୂଡ଼ାନ୍ତ ନୀତି ଉପରେ ଛତିଶାନିଯୋଗ ମୋହର ମାରିଛି। ସେହିଭଳି ଜାନୁଆରି ୧୩ ତାରିଖ ଦୋବାଭିଷେକ ପୂର୍ଣ୍ଣିମା ଓ ଜାନୁଆରି ୧୪ ମକର ସଂକ୍ରାନ୍ତି ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଚାଲିବ। ଚୂଡ଼ାନ୍ତ ନୀତି ଅନୁଯାୟୀ, ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବଢ଼ିବ। ସାଢ଼େ ୨ଟାରେ ଭିତରଶୋଧ, ୩ଟାରେ ମଙ୍ଗଳ ଆଳତି, ୫ଟା ବେଶଶେଷ ହେବ। ସକାଳ ୫ଟା ୩୦ରୁ ୬ଟା ଭିତରେ ଗୋପାଳବଲ୍ଲଭ ଓ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ।