ପହଣ୍ଡି ବେଳେ ପଡିଗଲେ ବଡ ଠାକୁର ବଳଭଦ୍ର, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୦୭: ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ । ପହଣ୍ଡି ବେଳେ ପଡିଗଲେ ବଡ ଠାକୁର ବଳଭଦ୍ର । ଏହି ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ପଦକ୍ଷେପ ନେବାକୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଆଡପ ମଣ୍ଡପ ବିଜେ ସମୟରେ ବଡ ଅଘଟଣ ଘଟିଛି । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଚାରମାଳରୁ ଖସି ପଡିଥିଲେ । ପ୍ରଭୁ ବଳଭଦ୍ର ଖସିପଡିବାରୁ ୮ ଜଣ ସେବାୟତ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।