ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ, ପହଲଗାମ ଆତଙ୍କୀ ହମ୍‌ଲା ବିଷୟରେ ଚର୍ଚ୍ଚା କରି କହିଲେ ଏମିତି କଥା

ଭୁବନେଶ୍ୱର,୨୭/୦୪: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍‌ କି ବାତ୍‌ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍‌ଲା ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଭରସା ଦେଇଛନ୍ତି ।

ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଆଜି ମୁଁ ଯେତେବେଳେ ଆପଣମାନଙ୍କ ସହ କଥା ହେଉଛି ମୋ ମନରେ ଅନେକ ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ଏହି ବର୍ବରକାଣ୍ଡ ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏଭଳି ଆତଙ୍କୀ ଆକ୍ରମଣକୁ ଆଜି ପ୍ରତିଟି ଦେଶବାସୀଙ୍କ ମନରେ କ୍ରୋଧ ଜନ୍ମ ନେଇଛି ।’

 

 

Leave a Reply

Your email address will not be published. Required fields are marked *