ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯/୦୪: ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ନିର୍ଦ୍ଦେଶ ପରେ ଗୋଟିଏ କଥା ସ୍ପଷ୍ଟ ହୋଇସାରିଛି ଯେ ପାକିସ୍ତାନ ଉପରେ କୌଣସି ସମୟରେ ବଡ ହମଲା କରିପାରେ । ମୋଦୀଙ୍କ ବାସଭବନ, ୭ ଲୋକ କଲ୍ୟାଣ ମାର୍ଗରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଅନିଲ ଚୌହ୍ୱାନ ଏବଂ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଯେଉଁମାନେ ସୀମା ସୁରକ୍ଷା ସହ ଜମ୍ମୁକାଶ୍ମୀର ସ୍ଥିତି ଉପରେ ବିସ୍ତୁତ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *