ନୂଆଦିଲ୍ଲୀ,୨୩/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସିସିଏସ୍ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ମିଟ୍ କରାଯାଇଛି । ବୈଠକରେ ପାକିସ୍ତାନ ଉପରେ କଡ଼ା କଟକଣା ଲଗାଇଛି ଭାରତ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ । ଏଣିକି ପାକିସ୍ତାନ ନାଗରିକଙ୍କୁ ଭାରତ ଆସିବା ପରେ ରୋକ ଲଗାଇଛନ୍ତି ସରକାର । ପାକିସ୍ତାନ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ଉପରେ ରୋକ୍ ଲଗାଇଛନ୍ତି ସରକାର । ଏହି କ୍ରମରେ ଅଟାରୀ ଚେକ୍ପୋଷ୍ଟ ବନ୍ଦ କରାଯିବ । ସେହିଭଳି ସିନ୍ଧୁ ଜଳ ବୁଝାମଣାକୁ ମଧ୍ୟ ରଦ୍ଦ କରିଛନ୍ତି ସରକାର । ଏହି କ୍ରମରେ ପାକିସ୍ତାନର ଦୂତାବାସରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଗତକାଲି କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ଆଖି ବୁଜିଛନ୍ତି ।