ପଦ୍ମପୁରରେ ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ଆସନ୍ତାକାଲି ବନ୍ଦ ଡାକରା

ଭୁବନେଶ୍ୱର,୨୮/୧୧: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆଜି ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର ସହରର ସମସ୍ତ ଦୋକାନ ଓ ବଜାର ବନ୍ଦ ରହିବ। ମାତ୍ର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ପଦ୍ମପୁର ବଣିକ ସଂଘର କହିବା ଅନୁସାରେ ବ୍ୟବସାୟୀମାନଙ୍କୁ ହଇରାଣ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହାକୁ କି ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି।ସୂଚନାଯୋଗ୍ୟ, ଆଜି ସକାଳୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।