ଭୋଟ ଦେଉଛି ପଦ୍ମପୁର, ଅପରାହ୍ନ ୪ଟା ଯାଏଁ ଚାଲିବ ମତଦାନ

ଭୁବନେଶ୍ୱର,୫/୧୨: ଆଜି ଭୋଟ ଦେଉଛି ପଦ୍ମପୁର। ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁର ବାସୀ ମତଦାନ କରିବେ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଓ ଅପରାହ୍ନ ୪ଟା ଯାଏଁ ଚାଲିବ । ଏଥିପାଇଁ ୩୧୯ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରତି ବୁଥରେ ୪ ଜଣ ଅଧିକାରୀଙ୍କ ସହ ମୋଟ୍ ୧୨୮ ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି । ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା, ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ମୋଟ୍ ୧୨୭୬ ନିର୍ବାଚନ ଅଧିକାରୀ ନିଯୁକ୍ତ ରହିଛନ୍ତି ।