ପଦ୍ମପୁର ଉପନିର୍ବାଚନ: ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଅଶ୍ବିନୀ

ନୂଆଦିଲ୍ଲୀ,୨୭/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ରୋଡ଼ ଶୋ’ କରିଛି ବିଜେପି । ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଅପିଲ କରିିବାକୁ ପାଇକମାଳରେ ପ୍ରଚାର ମୈଦନାକୁ ଓହ୍ଲାଇଛନ୍ତି କେନ୍ଦ୍ରର ଦୁଇ  ମନ୍ତ୍ରୀ  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ଅପିଲ କରିବା ସହ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଲେ ‘କାଲି ଜାଗା ଦେଲେ ପରଦିନ କାମ ଆରମ୍ଭ ହେବ’ ।