ଭୁବନେଶ୍ୱର,୧୬/୧୧: ପଦ୍ମପୁର ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ବଡ଼ଖବର ସାମ୍ନାକୁ ଆସିଛି। ଆସନ୍ତା ୧୭ ତାରିଖରେ ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ କରିଛି । ବର୍ତମାନ ସୁଦ୍ଧା ୧୧ ଜଣ ପ୍ରାର୍ଥିପତ୍ର ନେଇଥିଲେ ବି କେହି ନାମାଙ୍କନ ଦାଖଲ କରିନାହାନ୍ତି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ତେଣୁ ଆସନ୍ତାକାଲି ତିନି ରାଜନୈତିକ ଦଳ ଶକ୍ତି ପ୍ରଦର୍ଶନ କରିବେ ।