ସଫଳ ହେଲା ଆଲୋଚନା, ୨୦୨୩ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର,୧୬/୧୧: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା  ନେଇ ହୋଇଥିବା ଆଲୋଚନା ସଫଳ ହୋଇଛି। ୨୦୨୩ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲା ମାନ୍ୟତା । ଆଲୋଚନା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପଦ୍ମପୁରକୁ ଜିଲ୍ଲା ପାଇଁ ଦାବି କରୁଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଏପରିକି ଆଗାମୀ ପଦ୍ମପୁର ଉପ-ନିର୍ବାଚନରେ ବିଜେଡିର ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଯେହେତୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି ତେଣୁ ଲିଖିତ ଭାବେ କୌଣସି ପ୍ରତିଶ୍ରୁତି ମିଳିନାହିଁ । କିନ୍ତୁ ବିଜେଡି ଏହାକୁ ନିଜ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବ । ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ପଦ୍ମପୁରବାସୀ ବେଶ ଖୁସି ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ।