ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଭୁବନେଶ୍ୱର, ୧୩/୧: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଜି ପରଲୋକ ଘଟିଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିିିଛି। କଟକ ବକ୍ସି ବଜାରରେ ଏକ ଚା ଦୋକାନ କରି ଚଳୁଥିଲେ ପ୍ରକାଶ। ଦୋକାନରୁ ମିଳୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ରଖି ପାଠ ପଢ଼ାଉଥିଲେ । ପ୍ରକାଶଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି।