ପେଚାକୁ ନେଇ କଣ ରହିଛି ଅନ୍ଧବିଶ୍ୱାସ, ଆସନ୍ତୁ ଜାଣିବା

ଆଜିକା ଯୁଗରେ ଟେକ୍ନଲୋଜି ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି । ଭବିଷ୍ୟତ କହିଲାଭଳି ମଧ୍ୟ ଯନ୍ତ୍ର ବାହାରିଗଲାଣି । ଟେକ୍ନଲୋଜି ମାଧ୍ୟମରେ ଲୋକମାନେ ମୃତ୍ୟୁର ସେଜରୁ ଉଠି ଅସୁଛନ୍ତି । କିନ୍ତୁ ଆଜି ଏହିପରି ଯୁଗରେ ଅନ୍ଧବିଶ୍ୱାସ ମଧ୍ୟ କେତେକ ଯାଗାରେ ଆଜି ବି ଜୀବିତ । ଲୋକମାନେ ଆଜିବି ଅନ୍ଧବିଶ୍ୱାସକୁ ନେଇ ଡରୁଛନ୍ତି । ଅନ୍ଧବିଶ୍ୱାସରେ ଲୋକମାନେ କେତେ କଣ ପଦକ୍ଷେପ ନେଇଯାଇଥାନ୍ତି । ଯେମିତିକି ତାର ଉପଚାର ନିମନ୍ତେ ପୂଜାପାଠ ମଧ୍ୟ କରିଥାନ୍ତି । ଲକ୍ଷ୍ମୀଙ୍କର ବାହନ ପେଚା ବୋଲି ମନାଯାଏ । ପୃଥିବୀରେ ରହୁଛେ ମାନେ ସମସ୍ତ ପଶୁପକ୍ଷୀ ମଧ୍ୟ ସେଥିରେ ଅଛନ୍ତି । କିନ୍ତୁ ସେ ପଶୁପକ୍ଷୀଙ୍କ ମଧ୍ୟରୁ ପେଚାକୁ ନେଇ କେତେକ ରହିଛି ଅନ୍ଧବିଶ୍ୱାସ । ସବୁ ପକ୍ଷୀମାନେ ଦିନରେ ଉଡ଼ିଥାନ୍ତି କିନ୍ତୁ ପେଚା ରାତିରେ ବୁଲିଥାଏ । ଆସନ୍ତୁ ଜାଣିବା ପେଚାକୁ ନେଇ କିଛି ଅନ୍ଧବିଶ୍ୱାସ…
କଥାରେ ଅଛି ପେଚା ଯଦି ଘର ଉପରେ ବସେ ତେବେ ଘରର କୌଣସି ସଦସ୍ୟଙ୍କ ଦେହ ଖରାପ ହେବାର ସମ୍ଭାବନା ରହିଥାଏ ।
ଯଦି ଘର ପାଖରେ ପେଚା ବସି ବୋବାଇ ଥାଏ ତେବେ ଘରର କୌଣସି ଲୋକର ମୃତ୍ୟୁବରଣ ହୋଇଥାଏ ।
କୁହାଯାଏ ଯେ କୌଣସି ଧଳା ପେଚା ଯଦି ଆପଣଙ୍କ ଘର ଆଖ ପାଖରେ ବୁଲୁଥାଏ ତେବେ ଆପଣଙ୍କ ଘରକୁ ଆକସ୍କାକ ଧନପ୍ରାପ୍ତି ହେବାର ସମ୍ଭାବନା ଥାଏ ।
ପେଚା ଆଖିକୁ ଆପଣ ଯଦି ବହୁତ ସମୟ ଅନେଇ ବସନ୍ତି ତେବେ ବିଷାଦଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।
ଆପଣଙ୍କ ଛାତ ଉପରେ ପେଚା ଯଦି ବସି ଉଚ୍ଚ ସ୍ୱରରେ ବୋବାଏ ତେବେ ଆପଣଙ୍କ ଘରର ମୁରବି ଉପରକୁ ଖରାପ ବେଳ ଆସିଥାଏ ।
ପେଚା ଯଦି ବାରମ୍ବାର ଘର ଉପରେ ଉଡ଼େ ଏବଂ ସେଠାରୁ ଯାଏ ନାହିଁ ଘରର ଛୋଟପିଲାଙ୍କ ପ୍ରତି ବିପଦ ଥାଏ ।
ପେଚା ଯଦି ଦିନରେ ଉଡ଼ିବା ଦେଖନ୍ତି ତେବେ ଆପଣଙ୍କ ଖରାପ ସମୟ ଆସିଥାଏ ବୋଲି ଅନ୍ଧବିଶ୍ୱାସ ରହିଛି
ପେଚା ଯଦି ନୀରବ ହୋଇ ଆପଣଙ୍କ ଘର ପାଖରେ ବସି ଗୋଟେ ଲୟରେ ଅନେଇଥାଏ ଜାଣିବେ ଆପଣଙ୍କ ଘରୁ ଚୋରି ହେବାର ଆଶଙ୍କା ଥାଏ ।
ଘରେ ଯଦି କିଏ ରୋଗରେ ପଡ଼ିଥାଏ ଓ ସେହି ସମୟରେ ପେଚା ଆସି ବୋବାଏ ଜାଣିବେ ତାର ମୃତ୍ୟୁବରଣ ହେବାରେ ସମ୍ଭାବନା ଅଧିକ ।