ଏଣିକି ୯ଘଣ୍ଟା ଜାଗାରେ ୮ଘଣ୍ଟା କମ୍ପାନୀରେ ଖଟିବେ କର୍ମଚାରୀ

ଭୁବନେଶ୍ୱର, ୧୦/୧: କମ୍ପାନୀ ମାନଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି। ଏଣିକି ୯ ଘଣ୍ଟା ଜାଗାରେ ୮ଘଣ୍ଟା କଂପାନୀରେ ଖଟିବେ କର୍ମଚାରୀ । ଯଦି  ୮ଘଣ୍ଟା ବାଦ ୧୫ ମିନିଟ୍ ବି ଅଧିକ ସମୟ ଅଫିସରେ ରହିଲେ ଓଭରଟାଇମ୍ ଦେବାକୁ କଂପାନୀ ବାଧ୍ୟ ବୋଲି ସୂଚନା ମିଳିଛି। ୱାର୍କିଂ ଆୱାରଠୁ ଅଧିକ କାମ କରାଇଲେ କର୍ମଚାରୀଙ୍କୁ ମିଳିବ ଦୈନିକ ଦରମାର ଦୁଇଗୁଣା ମଜୁରୀ।