ଭୁବନେଶ୍ୱରରେ ହେବ ଫୁଟ୍ ଓଭରବ୍ରିଜ୍ ଓ ଫ୍ଲାଇ ଓଭର

ଭୁବନେଶ୍ୱର,୬/୪: ଭୁବନେଶ୍ୱର ସହରରେ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର ହେବ । ଏନେଇ ଆଜି ଭୁବନେଶ୍ବରର କସମପଲିସ୍ ଛକରେ ଫ୍ଲାଏ ଓଭର ଓ ହୋଟେଲ କ୍ରାଉନ ସହ ସତସଙ୍ଗ ବିହାର ନିକଟରେ ଫୁଟ୍ ଓଭର ବ୍ରିଜ ନିମାର୍ଣ ପାଇଁ ଅନୁମୋଦନ ଦେବାକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କର ଏହି ପ୍ରସ୍ତାବକୁ କେନ୍ଦ୍ର ମଂଜୁରୀ ଦେଇଥିବା ସୂଚନା ମିଳିଛି।

କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ଫ୍ଲାଇଓଭର ହେବାକୁ ଥିବା ବେଳେ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ହେବ ଫୁଟ୍ ଓଭରବ୍ରିଜ୍ ।  ସେହିିପରି କ୍ୟାପିଟାଲ ରିଜିଅନ୍ ରିଂରୋଡ୍‌କୁ ମଧ୍ୟ ମଂଜୁରୀ ମିଳିଥିବା ସୂଚନା ରହିଛି।
ଖୋର୍ଦ୍ଧା ରାମେଶ୍ୱରଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍।
କ୍ୟାପିଟାଲ ରିଜିଅନ୍ ରିଂରୋଡ୍ ପାଇଁ ୫୭୪୪ କୋଟି ଖର୍ଚ୍ଚ ହେବା ଆକଳନ କରାଯାଇଛି।