ବୋଟ ଦୁର୍ଘଟଣା: ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର, ୨୪/୯: ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ କ୍ୟାମେରା ମ୍ୟାନ୍ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସିତ ହେଉଛନ୍ତି। ଏସସିବି ଜରୁରୀକାଳୀନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ପ୍ରଖର ସୁଅରେ ଓଲଟି ପଡିଥିଲା ଓଡ୍ରାଫ୍ ଟିମ୍‌ର ବୋଟ୍ । ବୋଟ୍‌ରେ ୭ଜଣ ଥିଲେ । ବୋଟ୍‌ରେ ୫ଜଣ ଓଡ୍ରାଫ୍ ଟିମ୍ ସଦସ୍ୟ ଥିବା ବେଳେ ଦୁଇ ଜଣ ଓଟିଭି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଥିବା ଜଣାପଡିଛି ।