ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ପରୀକ୍ଷା

ଭୁବନେଶ୍ୱର, ୮/୨:ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ପରୀକ୍ଷା। ଏହି ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା କୋଭିଡ୍ ଗାଇଡ୍‌ଲାଇନ୍‌ରେ ୨ଟି ସିଟିଂରେ ପରୀକ୍ଷା ହେବ।ପ୍ରଥମ ସିଟିଂ ୯ରୁ ୧୧ଟା ୩୦ ଯାଏ ଓ ଦ୍ୱିତୀୟ ସିଟିଂ ଦିନ ୧ରୁ ୩ଟା ୩୦ ଯାଏ ହେବ। ଏଥର ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ମାଲ୍ ପ୍ରାକ୍ଟିସ୍‌ରେ ବୁକ୍ ହେଲେ ଆଉ OSSTET ପରୀକ୍ଷା ଦେଇ ପାରିବେନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।