OSSSC କାର୍ଯ୍ୟାଳୟ ଆଗରେ ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ପ୍ରତିବାଦ

ଭୁବନେଶ୍ୱର, ୧୦/୦୯: OSSSC ଦ୍ବାରା ପରିଚାଳିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ। OSSSC କାର୍ଯ୍ୟାଳୟ ଆଗରେ ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀ ଭୁବନେଶ୍ବରରେ ପ୍ରତିବାଦ କରିଛନ୍ତି।  OSSSCର ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି ଆଶାୟୀ। ପରୀକ୍ଷାକୁ ବାତିଲ କରିବା ସହ ପୁନଃ ଅଫଲାଇନ୍ ପରୀକ୍ଷା ପାଇଁ ଦାବି କରିଛନ୍ତି। ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ପରୀକ୍ଷା ରେଜଲ୍ଟକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଗତବର୍ଷ ପଞ୍ଚାୟତ ଏକଜିକ୍ୟୁଟିଭ୍ ଅଫିସର, PEO ପରୀକ୍ଷାରେ ଅତି ଖରାପ କରିଥିବା ପ୍ରାର୍ଥୀ କେମିତି ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ଲିଖିତ ପରୀକ୍ଷାରେ ଟପ୍ କଲେ ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *