ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲା, ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୨୭/୦୭: ଓଏସଏସସି ଦ୍ୱାରା ପରିଚାଳିତ ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପରୀକ୍ଷାକୁ ରଦ୍ଦ କରିଛନ୍ତି କମିଶନ । ଏହାରି ଭିତରେ ବିହାରରୁ ପ୍ରଶ୍ନପତ୍ର ଲିକର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୁଲିସ । ସଂପୃକ୍ତ ମାଷ୍ଟରମାଇଣ୍ଡ ବିଜେନ୍ଦ୍ର କୁମାର ଓ ସେ ବିହାରର ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି । ବାଲେଶ୍ୱର ଏସପିଙ୍କ କହିବା ଅନୁସାରେ
ଏକ ପ୍ରିଣ୍ଟିଂପ୍ରେସରୁ ପ୍ରଶ୍ନପତ୍ର ଲିକ ହୋଇଥିଲା। ରାଜ୍ୟ ବାହାରେ ଥିଲା ଏହି ପ୍ରିଣ୍ଟିଂପ୍ରେସ। ଆଉ ସଂପୃକ୍ତ ପ୍ରେସର ହେଲପର ମାଷ୍ଟରମାଇଣ୍ଡକୁ ସପ୍ଲାଇ କରିଥିଲେ ପ୍ରଶ୍ନପତ୍ର।