ଦୁଇ ବର୍ଷରେ ଓଏସଆରଟିସି ସହିଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କାର କ୍ଷତି

ଭୁବନେଶ୍ୱର,୨୭/୦୩: ଦୁଇ ବର୍ଷରେ ଓଏସଆରଟିସି ସହିଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କାର କ୍ଷତି । ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଥିବା ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଉତ୍ତର ରଖିଛନ୍ତି ।୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ସେହିପରି ୨୦୨୩-୨୪ ରେ ୧୫୬ କୋଟି ୪୩ ଲକ୍ଷ ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୮୩ କୋଟି ୬ ଲକ୍ଷ ଟଙ୍କା । ପୂର୍ବବର୍ଷ ଅପେକ୍ଷା ଆୟ ବଢିଥିବା ବେଳେ ବ୍ୟୟ ବି ବଢ଼ିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *