ରାଜ୍ୟର ୧୭ ଜିଲ୍ଲା ରେ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୩/୪: ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି । ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଜି ମଧ୍ୟ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗର ଘଂଟା ପ୍ରତି ୪୦ରୁ ୫୦ କିମି ରହିବ । ଆଜି ୧୭ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର. ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ବର୍ଷା ହେବ । ସେହିପରି ପଶ୍ଚିମ ଓଡ଼ିଶାର ବୌଦ୍ଧ, କଳାହାଣ୍ଡି, ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ବର୍ଷା ହେବ । ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।