ରୋଷେଇ ଘରେ ମହଙ୍ଗା ମାଡ଼, ଆକାଶଛୁୃଆଁ ପିଆଜ ଓ ରସୁଣ ଦର

ଭୁବନେଶ୍ୱର,୨/୧୧: ରୋଷେଇ ଘରେ ମହଙ୍ଗା ମାଡ଼ । ରେସିପିଙ୍କୁ ସ୍ପାଇସି କରିବାକୁ ହେଲେ ରସୁଣ ଓ ପିଆଜ ଆବଶ୍ୟକ ହୋଇଥାଏ।ଏହାରିମଧ୍ୟରେ ଆକାଶଛୁୃଆଁ ପିଆଜ ଓ ରସୁଣ ଦର । ପିଆଜ କିଲୋ ୮୦ ଟଙ୍କା ଥିବା ବେଳେ ରସୁଣ କିଲୋ ୨୪୦ ଟଙ୍କା ଛୁଇଁଲାଣି । ସପ୍ତାହକ ମଧ୍ୟରେ ପିଆଜ ଦର ୪୦ ଟଙ୍କା ବଢିଲାଣି । ଦର ବୃଦ୍ଧି ଯୋଗୁ ସମ୍ବଲପୁର ବଜାରରେ ପିଆଜ, ରସୁଣ ଦୋକାନରେ ଆଉ ଗ୍ରାହକଙ୍କୁ ଦେଖିବାକୁ ମିଳୁନାହିଁ । ଫଳରେ ବ୍ୟବସାୟକୁ ନେଇ ଚିନ୍ତା ପଡିଯାଇଛି ପିଆଜ, ରସୁଣ ବ୍ୟବସାୟୀ । ୭ ଦିନ ତଳେ ପିଆଜ କିଲୋ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୭୦ରୁ ୮୦ ଟଙ୍କା ଦାମରେ ବିକ୍ରି ହେଉଛି । ମୁଖ୍ୟ ବଜାରରେ କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ଟିକେ ଭିତରକୁ ଗଲେ କେଜିଏ ପିଆଜ ପାଇଁ ୮୦ ଟଙ୍କା ଦେବାକୁ ପଡୁଛି । ରସୁଣ ଦର କେଜି ପ୍ରତି ୨୪୦ରୁ ଅଢେଇରୁ ଅଢେଇ ସହ ଟଙ୍କାରେ ବ୍ରିକ୍ରି ହେଉଛି ।