ପିଆଜରେ ରହିଛି ଅନେକ ଲାଭକାରୀ ଗୁଣ, ଜାଣନ୍ତୁ କଣ କଣ

ପିଆଜ  ଅନେକ ଲୋକ ଖାଇବାକୁ ବହୁତୁ ପସନ୍ଦ କରିଥାନ୍ତି।  ଯେକୌଣସି ତରକାରି ହେଲେ ପିଆଜ ଅତ୍ୟନ୍ତ ଦରକାର ହୋଇଥାଏ ଓ ଏହା ସ୍ୱାଦ ବଢାଇଥାଏ। ସେହିଭଳି ଅଧିକାଂଶ ଲୋକ ପିଆଜକୁ କଞ୍ଚା ଖାଇବାକୁ ଭଲ ପାଆନ୍ତି। ଆଉ ଏହା ସବୁଠୁ ଭଲ। ଏହାକୁ କଞ୍ଚା ଖାଇଲେ ଶରୀରକୁ ବହୁତ ଉପକାର ମଧ୍ୟ ମିଳିଥାଏ। ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଯେପରିକି ପ୍ରୋଟିନ୍‌, ସୁଗାର୍‌, ଫାଇବର୍‌, ଫ୍ୟାଟ୍‌, କ୍ୟାଲୋରୀ ଓ କାର୍ବ ରହିଛି। ତା’ହେଲେ ଆସନ୍ତୁ ଜାଣିବା ନିୟମିତ କଞ୍ଚା ପିଆଜ ଖାଇଲେ, ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ।

ପିଆଜରେ ଥିବା ପୋଷକ ତତ୍ତ୍ୱ ଶରୀରରେ ଗ୍ଲୁକୋଜର ସ୍ତରକୁ ଠିକ୍‌ ରଖିଥାଏ। ତେଣୁ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।

ପିଆଜରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷମତା ରହିଥିବାରୁ ପିଆଜ ଖାଇଲେ ରୋଗ, ବ୍ୟାକ୍ଟେରିଆ, ସଂକ୍ରମଣ ଓ ଭାଇରସ୍ ସହିତ ଲଢ଼ିବା ପାଇଁ ଶକ୍ତି ମିଳିଥାଏ।

 ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି- ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଯାହା କୋଲେଷ୍ଟ୍ରଲର ସ୍ତରକୁ କମ୍ କରି ହାର୍ଟକୁ ସୁସ୍ଥ ରଖିଥାଏ।
ପିଆଜ ରସରେ ଫାଇବର୍ ଓ ପ୍ରୋବାୟୋଟିକ୍ସ ଥିବାରୁ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।