ବିଧାନସଭା ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୭/୨: ବିଧାନସଭା ଆଗରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ପାରିବାରିକ କଳହ ଯୋଗୁଁ ଏହା କରିଥିବା ସୂଚନା ରହିଛି । ତାଙ୍କ କହିବା ଅନୁସାରେ ଏହି ପାରିବାରିକ କଳହକୁ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ କେହି ଶୁଣୁନଥିଲେ। ସେ ଏହିପରି ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ରାଜଧାନି ଭୁବନେଶ୍ୱର ସ୍ଥିତ ହଂସପାଳ ଅଂଚଳର। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣେ ଫଳ ବ୍ୟବସାୟୀ ହୋଇଥିବା ସୂଚନା ରହିଛି।