କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ

ଭୁବନେଶ୍ୱର, ୨୯/୫: ଆଜି ଆଉ ଜଣେ କରୋନା ଯୋଦ୍ଧା ଆଖି ବୁଜିଛନ୍ତି। କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କ  ଚିକିତ୍ସା ଚାଲିଥିଲା । ଅନ୍ୟପଟେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ରାଜନୈତିକ ବିଶ୍ଳଷକ ଭାବେ ସୁନାମ ଅର୍ଜନ କରିଥିଲେ ବସନ୍ତ ଦାସ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ମୁଖ୍ୟମନ୍ତ୍ରୀ କହିଛନ୍ତି।