କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର, ୫/୧୧(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କିନ୍ତୁ ଏହାରି ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଙ୍କ ଜୀବନ ଚାଲିଯାଇଛି। ଓଡ଼ିଶାର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ପରଲୋକ ଘଟିଛି। କୋଭିଡ୍‌ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଚିକିତ୍ସାଧୀନ ଥିଲେ ପ୍ରବୀର। କିଛିଦିନ ତଳେ କୋଭିଡ୍‌ରେ ପ୍ରବୀରଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ସରକାରୀ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି। ଏହାସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମାନସ  । ତାଙ୍କ ପରିବାରକୁ ଶକ୍ତି ଓ ସାହସ ଯୋଗାଇ ଦିଅନ୍ତୁ ପ୍ରଭୁ ଜଗନ୍ନାଥ ବୋଲି ସେ କହିଛନ୍ତି।