ଲୋକସଭାରେ ଆଗତ ହେଲା ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ ବିଲ୍‌

ନୂଆଦିଲ୍ଲୀ,୧୭/୧୨: ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ ବିଲ୍‌ ଲୋକସଭାରେ ଆଗତ ହୋଇଛି । ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସ ଏହି ବିଲକୁ ଜୋରଦାର ବିରୋଧ କରିଛି । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍‌କୁ ବିରୋଧ କରାଯାଉଛି। ଟିଡିପି ଓ ଜେଡିୟୁ ପକ୍ଷରୁ ବିଲ୍‌କୁ ସମର୍ଥନ କରି ବିତର୍କ ଆରମ୍ଭ ହୋଇଛି। ଏହା ପୂର୍ବରୁ ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗଠିତ କମିଟି ତାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। କମିଟିର ରିପୋର୍ଟକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିସାରିଛି। ଏକକ ନିର୍ବାଚନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତି କମରେ ୬ଟି ବିଧେୟକ ପାସ୍ ହେବ। ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି।