ସଂସଦରେ ସ୍ୱତନ୍ତ୍ର ଅଧିବେଶନ, ‘ଓ୍ବାନ ନେସନ୍‌, ଓ୍ବାନ ଇଲେକ୍ସନ’ ବିଲ୍‌ ଆଣିପାରନ୍ତି ସରକାର

ନୂଆଦିଲ୍ଲୀ,୩୧/୦୮: କେନ୍ଦ୍ର ସରକାର ହଠାତ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସେପ୍ଟେମ୍ବର ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ ମୋଦୀ ସରକାର ‘ଓ୍ବାନ ନେସନ୍‌, ଓ୍ବାନ ଇଲେକ୍ସନ’(ଗୋଟିଏ ଦେଶ ଗୋଟିଏ ନିର୍ବାଚନ) ବିଧେୟକ ଆଣିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅନୁସାରେ ଦେଶରେ ଏକା ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ ।

ଦେଶରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବା ବେଳେ କିଛି ରାଜନୈତିକ ଦଳମାନେ ଏହାକୁ ବିରୋଧ କରୁଛନ୍ତି ।