କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ

କଳାହାଣ୍ଡି, ୧୩/୨: କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। ଆଜି ମୃତ୍ୟୁ ହୋଇଥିବା  ହାତୀଛୁଆର ମାଆ ଗତକାଲି ପ୍ରାଣ ହରାଇଥିବା ସୂଚନା ମିଳିିିଛି । ଆଜି ପ୍ରାଣ ହରାଇଥିବା ହାତୀର ବୟସ ୩ ସପ୍ତାହ ହୋଇଥିବା DFO ଟି. ଅଶୋକ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତ ୧୧ ଦିନ ମଧ୍ୟରେ ଅଞ୍ଚଳରେ ହାତୀ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।