ପୋଲିସ-ମାଓବାଦୀ ଭିତରେ ଗୁଳିବିନିମୟ, ଜଣେ ମାଓବାଦୀ ନିହତ

ଭୁବନେଶ୍ୱର, ୨୮/୧୦ : ବଲାଙ୍ଗିର ଜିଲ୍ଲା ସ୍ଥିତ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତର ଜୁନାନୀବାହାଲରେ ପୁଣି ଥରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଛି । ନିହତ ନକ୍ସଲ ପାଖରୁ ଗୋଟିଏ ବନ୍ଧୁକ, ଗୋଟିଏ ଡିଟୋନେଟର ଓ ୭ଟି ଗୁଳି ଜବତ କରାଯାଇଥିବା ସୂଚନା ମିଳିଛି । ଏହାସହ ନିହତ ହୋଇଥିବା ନକ୍ସଲ ଏରିଆ କମାଣ୍ଡର ଥିବା ବେଳେ ତାର ନାମ ଶଙ୍କର ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ ଯେ ସେହି ଗାଁ ର ଜଣଙ୍କ ଘରକୁ ତିନିରୁ ଚାରି ଜଣ ମାଓବାଦୀ ଆସିଥିବା ଖବର ପାଇଥିଲା ଖପ୍ରାଖୋଲ ପୁଲିସ। ଏହା ପରେ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ଏହାପରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏବେବି ବି ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ପୁଲିସ୍ ଜୋରଦାର ଜାରି ରଖିଥିବା ସୂଚନା ମିଳିଛି ।