ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ସାମ୍ବାଦିକ ଜଣକ ହେଉଛନ୍ତି ରୋହିତ ବିଶ୍ୱାଳ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ମ.ରାମପୁରର କରଲାମଖୁଣ୍ଟାର ଦୁଲେନ ଛକରେ ଲ୍ୟାଣ୍ଡ ମାଇନ ବିଛାଇ ଥିଲେ । ଏହି ସମୟରେ ରୋହିତ ସେହି ବାଟ ଦେଇ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇ ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବିସ୍ଫୋରଣରେ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।