ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧/୩: ଏବେ ବି ଜାରି ରହିଛି ୟୁକ୍ରେନ-ଋଷ ଭିତରେ ଯୁଦ୍ଧ। ଆଜି ସକାଳେ ୟୁକ୍ରେନର ଖାରକିଭରେ ଚାଲିଥିବା ରୁଷିଆର ଆକ୍ରମଣରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଏନେଇ ସୂଚନା ଦେଇଛନ୍ତି । ମୃତକ କର୍ଣ୍ଣାଟକର ଚାଲଗେରିର ଜଣେ ୨୧ ବର୍ଷୀୟ ଛାତ୍ର । ଅନ୍ୟପଟେ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛି ମନ୍ତ୍ରାଳୟ ।