କୁଆଖାଇ ନଦୀ ପୋଲ ଉପରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର, ୨୮/୭: ରାଜଧାନୀ ଭୁବନେଶ୍ୱର ସ୍ଥିତ କୁଆଖାଇ ନଦୀ ପୋଲ ଉପରେ ଯୁବତୀଙ୍କ ହାଇଡ୍ରାମା। ଆତ୍ମହତ୍ୟା କରିବାକୁ ଯାଇ ଘଣ୍ଟାଏ ନାକେଦମ କରିଛନ୍ତି ଯୁବତୀ। ସେଠାରେ ସେ ଚିତ୍କାର କରି ନଦୀକୁ ଡେଇଁବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ବଞ୍ଚାଇଥିଲେ। ସେ କାହାରି କଥା ନଶୁଣି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ଘଟଣାସ୍ଥଳରେ  ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଶେଷରେ ଯୁବତୀଙ୍କୁ କାବୁ କରି ପିସିଆର୍ ଭ୍ୟାନରେ ନେଇଛି । କିନ୍ତୁ ଯୁବତୀ ଜଣଙ୍କ କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।