ମୋବାଇଲ ହେଲା କାଳ, ଗପିଲା ବେଳେ ଚଢ଼ିଗଲା ଟ୍ରେନ୍

କଟକ, ୨/୨: କଟକ ଶିଖରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଲେବଲ କ୍ରସିଂ ପାର୍ ବେଳେ ମୋବାଇଲରେ କଥା ହୋଇ ମହଙ୍ଗା ପଡ଼ିଛି। ଏପରିି ଅଘଟଣ କଟକ ଶିଖରପୁର ଲେବଲ କ୍ରସିଂରେ ହୋଇଛି।  ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୋବାଇଲରେ କଥା ସହ କାନରେ ଇଅର ଫୋନ୍ ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। କିନ୍ତତ ଯୁବକଙ୍କ ପରିିଚୟ ଏପର୍ୟ୍ଯନ୍ତ ଜଣାପଡିନାହିଁ।