ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର, ୩୦/୧: ରାଉରକେଲା ଇସ୍ପାତ କାରଖାନା କ୍ୟାପଟିଭ ପାୱାର ପ୍ଲାଣ୍ଟ ( ସିପିପି -୧)ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସେକ୍ଟର -୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା। ଗୁରୁତର ହେଲେ ସୁଶୀଲ କୁମାର ଦେଓଗ୍ରାମ। ଉଲ୍ଲେଖଯୋଗ୍ୟ ଯେ ଆଜି ସିପିପି-୧ର ପାଇପଲାଇନ ସଫେଇ କରୁଥିଲେ। ହଠାତ ପାଇପ ଲାଇନରେ ବିସ୍ପୋରଣ ଘଟି ଲୁହା ପାଇପ ଖଣ୍ଡ ଦୁହିଁଙ୍କ ଉପରେ ପଡ଼ିଥିଲା।  ଦୁହିଁକୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅମରଙ୍କର ମୃତ୍ୟୁ ହୋଇଥିଲା।